ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ୍

ବଢ଼ୁଥିବା ବାୟୁ ପ୍ରଦୂଷଣ, ବିଗୁଡ଼ୁଥିବା ପରିବେଶ ରକ୍ଷା ପାଇଁ ବଡ଼ ପଦକ୍ଷେପ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍ ଓ ଡିଜେଲ୍ । ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ୍ ମିଳିବ ନାହିଁ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ଏହି ଘୋଷଣା କରିଛନ୍ତି । ପରିବେଶ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଶୀଘ୍ର ଜଣାଇବୁ । ଆମେ ପେଟ୍ରୋଲ୍ ପମ୍ପରେ ଏକ ଗ୍ୟାଜେଟ୍ ଲଗାଉଛୁ ଯାହାକି ୧୫ ବର୍ଷ ପୁରୁଣା ବାହାନକୁ ଚିହ୍ନଟ କରିବ । ଆଉ ଉକ୍ତ ବାହାନକୁ ପେଟ୍ରୋଲ, ଡିଜେଲ୍ ମିଳିବ ନାହିଁ ।