ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚାର୍ଜସିଟ୍: ଶିକ୍ଷକଙ୍କ ପାଇଁ ଅଡ଼ୁଆ
କୋଲକତା: ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଏସଏସସି) ନିଯୁକ୍ତି ଦୁର୍ନୀତି ସଂକ୍ରାନ୍ତୀୟ ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ । କେନ୍ଦ୍ରୀୟ ଏଜେନ୍ସି କୋଲକାତାର ଆଲିପୋର କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପୂର୍ବତନ ଏସଏସସି ପରାମର୍ଶଦାତା ଶାନ୍ତି ପ୍ରସାଦ ସିହ୍ନାଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ଦୁର୍ନୀତିରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ଭବିଷ୍ୟତ କଣ ହେବ । କୁହାଯାଉଛି ଆଶାୟୀ ପ୍ରାର୍ଥୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନିଆଯାଇ ନିଯୁକ୍ତି ଦିଆଯାଇଛି । ଯଦି ଏହି ପ୍ରମାଣ ବାହାରେ ତେବେ ବହୁ ଶିକ୍ଷକ ଚାକିରିରୁ ବହିଷ୍କାର ହେବେ । ଅନେକ ଶିକ୍ଷକ ଏପରି ନିଯୁକ୍ତି ପାଇଛନ୍ତି ଯେଉଁମାନଙ୍କ ନିକଟରେ କୈାଣସି ଡିଗ୍ରୀ ନାହିଁ । ତେବେ ଏଭଳି ଶିକ୍ଷକଙ୍କୁ ଖୋଜି ବାହାର କରିବା ମଧ୍ୟ ସମୟ ସାପେକ୍ଷା
ଏହି ମାମଲାରେ ପୂର୍ବରୁ ଚାଟାର୍ଜୀ ଏବଂ ସିହ୍ନାଙ୍କୁ ଗିରଫ କରାଯାଇଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ସଂସ୍ଥା ଏହି ଘଟଣାର ତଦନ୍ତ କରୁଛି। ଏହି ଦୁର୍ନୀତି ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ଘଟିଥିଲା। ଜୁଲାଇ ଶେଷରେ ଚାଟାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ସେତେବେଳେ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ରହିଥିଲେ। ଅନ୍ୟପଟେ ସିହ୍ନାଙ୍କୁ ଅଗଷ୍ଟରେ ସିବିଆଇ ଗିରଫ କରିଥିଲା। କିନ୍ତୁ କୈାଣସି ଶିକ୍ଷକଙ୍କ ଉପରେ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଇନାହାଁନ୍ତି ।