ଡିସେମ୍ବର ୪ରୁ ଶୀତକାଳୀନ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଚଳିତ  ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।ଶୀତକାଳୀନ ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଧେୟକ ଆଗତ ହେବ। ଏହାବାଦ୍ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଧେୟକ ଉପରେ ଅଧିବେଶନରେ ଆଲୋଚନା ହେବ।