ଆସନ୍ତା ୧୦ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଷ୍ଟମ ଥର ପାଇଁ ହେବାକୁ ଯାଉଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଫେବ୍ରୁଆରୀ ୧୦ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ମାର୍ଗଦର୍ଶନ ଦେବେ ମୋଦି । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ସମେତ ଅନଲାଇନ୍ ପ୍ଲାଟଫର୍ମରେ ମଧ୍ୟ ପ୍ରସାରିତ ହେବ । ଏବର୍ଷ କାର୍ଯ୍ୟକ୍ରମରେ ୩୬ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇବେ ।