ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ରାଲିରେ ଯାଉଥିବା ବେଳେ ଇମ୍ରାନଙ୍କୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା ।
ଏହି ଖବର ପ୍ରସାରିତ ହେବା ପରେ ଚାରିଆଡୁ ଇମ୍ରାନଙ୍କ ପ୍ରତି ସମବେଦନା ପ୍ରକାଶ ପାଇଛି । ଭାରତ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉଥିବା କହିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼ ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସେ ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି । କିନ୍ତୁ ସେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ପାଖରେ ଥିବା ପିଟିଆଇ ନେତା ଫୈଜଲ ଜାଭେଦ ବି ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଇମ୍ରାନଙ୍କୁ ତୁରନ୍ତ ଏକ ବୁଲେଟ ପ୍ରୁଫ ଗାଡ଼ି ଭିତରକୁ ନିଆଯାଇଥିଲା । ଏହି ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।