ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ପାଳନ କରାଯାଉଛି ଗାନ୍ଧୀ ଜୟନ୍ତୀ । ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ହୋଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସେଠାରେ ପହଞ୍ଚି ବାପୁଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସୋନିଆ ଗାନ୍ଧୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବୈଷ୍ଣବ ଜନ ତୋ ଧୂନରେ ଝଙ୍କୃତ ହୋଇଥିଲା ରାଜଘାଟର ପରିବେଶ । ଏହାପରେ ଅନୁଷ୍ଠିତ ହୋଇଥିଲା ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା ସଭା । ପ୍ରାର୍ଥନା ସଭାରେ ଉପସ୍ଥିତ ଥିଲେ ସବୁ ଦଳର ବିଶିଷ୍ଟ ବ୍ୟକ୍ତି ତଥ୍ୟା ବିଭିନ୍ନ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିତ୍ୱ ।