ଆମ ଦେଶ ଏବଂ ଏହାର ସଭ୍ୟତା ସର୍ବଦା ଜ୍ଞାନ ଉପରେ କେନ୍ଦ୍ରୀଭୂତ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇଥିଲେ । ସେ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହା ନୂତନ ବର୍ଷ ୨୦୨୪ରେ ତାଙ୍କର ପ୍ରଥମ ସାର୍ବଜନୀନ ବାର୍ତ୍ତାଳାପ । ସୁନ୍ଦର ରାଜ୍ୟ ତାମିଲନାଡୁ ରେ ଏବଂ ଯୁବବର୍ଗଙ୍କ ମଧ୍ୟରେ ଉପସ୍ଥିତ ରହି ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ଭାରତୀଦସନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିବା ସହ ସ୍ନାତକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଗଠନ ସାଧାରଣତଃ ଏକ ଆଇନଗତ ପ୍ରକ୍ରିୟା ଏବଂ ଧୀରେ ଧୀରେ ନୂତନ ମହାବିଦ୍ୟାଳୟ ଅନୁବନ୍ଧିତ ହୁଏ ଏବଂ ବିଶ୍ୱବିଦ୍ୟାଳୟ ର ବିକାଶ ହୁଏ, ତଥାପି ଭାରତୀଦସନ ବିଶ୍ୱବିଦ୍ୟାଳୟ ଭିନ୍ନ ଭାବରେ ସୃଷ୍ଟି କରାଯାଇଥିଲା କାରଣ ବିଶ୍ୱବିଦ୍ୟାଳୟ ଗଠନ କରିବା ଏବଂ ବିଶ୍ୱବିଦ୍ୟାଳୟକୁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ କରିବା ପାଇଁ ଅନେକ ବିଦ୍ୟମାନ ପ୍ରତିଷ୍ଠିତ ମହାବିଦ୍ୟାଳୟକୁ ଏକାଠି କରାଯାଇଥିଲା ।