କିଏ ହେବେ ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ?
ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କି ଫାରୁକ୍ ଅବଦୁଲ୍ଲା କିଏ ହେବେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗଠନ ହେବ, ନୂଆ ନେତା କିଏ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ? ବରିଷ୍ଠ ଏନ୍ସି ନେତା ଫାରୁକ୍ ଅବଦୁଲ୍ଲା ଶ୍ରୀନଗରରେ ନିଜ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଜମ୍ମୁ କାଶ୍ମୀରରେ ଦୀର୍ଘ ଦଶନ୍ଧି ପରେ କଂଗ୍ରେସ-ଏନ୍ସି ମେଣ୍ଟ ସ୍ପଷ୍ଟ ଜନାଦେଶ ପାଇବା ପରେ ବରିଷ୍ଠ ଏନ୍ସି ନେତା ଫାରୁକ୍ ଖୁସି ଅଛନ୍ତି ।
ନିର୍ବାଚନ ଫଳାଫଳରେ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ୧୦ ବର୍ଷ ପରେ ଲୋକମାନେ ଆମକୁ ବହୁମତ ଦେଲେ। ଆମେ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛୁ ଯେ ଆମେ ଲୋକଙ୍କ ଆଶା ପୂରଣ କରିବୁ। ଏଠାରେ ଆଉ ପୁଲିସ ରାଜ୍ ଚାଲିବ ନାହିଁ ବରଂ ଜନତାଙ୍କ ଶାସନ ଚାଲିବ। ନିରୀହ ଲୋକଙ୍କୁ ଆମେ ଜେଲ୍ରୁ ମୁକ୍ତ କରିବୁ। ଗଣମାଧ୍ୟମକୁ ଏଠାରେ ମୁକ୍ତ କରାଯିବ। ଗଣମାଧ୍ୟମ ଉପରେ କୌଣସି ପ୍ରକାର କଟକଣା ଲାଗିବ ନାହିଁ। ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଆମେ ବିଶ୍ବାସ ବଢ଼ାଇବୁ ବୋଲି ସେ କହିଛନ୍ତି।