ଆଇଫୋନ ହ୍ୟାକିଂ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ: ଆଇଫୋନ ହ୍ୟାକିଂ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ଫୋନ ନିର୍ମାତା କମ୍ପାନୀ ପକ୍ଷରୁ ଆସୁଛି ହ୍ୟାକିଂ ଆଲର୍ଟ । ଆପଣଙ୍କ ଫୋନକୁ ଷ୍ଟେଟ୍ ସ୍ପନସର୍ ଟାର୍ଗେଟ୍ ହ୍ୟାକ୍ କରୁଛନ୍ତି ବୋଲି ମେସେଜ୍ ଆସୁଛି । ଆଇଫୋନ୍ ବ୍ୟବହାର କରୁଥିବା ଅନେକ ରାଜନେତାଙ୍କ ପାଖକୁ ଏଭଳି ମ୍ୟାସେଜ୍ ଆସୁଛି। ହ୍ୟାକର ଫୋନର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଫୋନର ଡାଟା, କ୍ୟାମେରା ଓ ମାଇକ୍ରୋଫୋନକୁ ହ୍ୟାକ୍ କରାଯାଉଛି। ଯାହା ଫଳରେ ବ୍ୟବହାରକାରୀ ଯାହା ସହ କଥାବାର୍ତ୍ତା ହେବେ ସବୁକିଛି ହ୍ୟାକର ରେକର୍ଡ କରିପାରିବେ। ତେବେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜଣାଇଛନ୍ତି । ଏପରି କେହି କଲେ ତାହା ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସେ କହିଛନ୍ତି ।