ବିସ୍ଫୋରକ ବ୍ୟବହାର କରି ମାତ୍ର ୯ ସେକେଣ୍ଡରେ ଧ୍ୱଂସ ହେଲା ନୋଏଡାର ଟ୍ୱିନ୍ ଟାୱାର

ମାତ୍ର ୯ସେକେଣ୍ଡରେ ଧ୍ୱଂସ ହେଲା ଦିଲ୍ଲୀ ନୋଏଡାର ଟ୍ୱିନ ଟାୱାର । ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯାଇଛି । ଆଜି ଅରାହ୍ନ ୨ଟା ୩୦ରେ ଏହି ଟୁଇନ ଟାୱାର ଭଙ୍ଗାଯାଇଛି ।

ବିସ୍ପୋରଣ କରି ୯ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯାଇଛି । ଏଥିପାଇଁ ବ୍ୟବହାର ହୋଇଛି ୩ହଜାର ୭ଶହ କେଜି ବିସ୍ଫୋରକ । ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ଓ ଅନ୍ୟଟି ୨୯ ମହଲା ରହିଥିଲା । ଟାୱାର୍ସରେ ମୋଟ ୯୧୫ ଫ୍ଲାଟ ସବୁ ଧ୍ବଂସ ହୋଇଯାଇଛି ।

ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହା ଭାଙ୍ଗିବାକୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି । ଏଥିପାଇଁ ପ୍ରାୟ ୭ ମାସ ଧରି ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି ସଂସ୍ଥା । ପୂର୍ବରୁ ଏହି ସଂସ୍ଥା ୨୦୨୦ରେ କେରଳର କୋଚିରେ ୪ଟି ବଡ଼ କୋଠାକୁ ଭାଙ୍ଗିବା କାମ ସଫଳ ଭାବେ ତୁଲାଇଥିଲା ।