କେସିଆର୍ଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କେସିଆର ତେଲେଙ୍ଗାନା ବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି । ‘ତାନ୍ତ୍ରିକ’ ପରାମର୍ଶରେ ତାଙ୍କ ଦଳ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ର ସମିତି) ର ନାମକୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରେ ପରିବର୍ତ୍ତନ କରିଛନ୍ତି । ତେଲେଙ୍ଗାନାର ଆତ୍ମାକୁ ହୃଦୟଙ୍ଗମ କରିବା ପାଇଁ ‘ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଗଠନ କରାଯାଇଥିଲା । ଆଉ ସେତେବେଳେ କେସିଆର କହିଥିଲେ ଯେ ତେଲେଙ୍ଗାନା ରାଜ୍ୟର ମହତ୍ବକାଂକ୍ଷୀ ପାଇଁ ଅର୍ଥ, ଜଳ ଏବଂ ନିଯୁକ୍ତି ପ୍ରାଥମିକତା ଅଟେ । କିନ୍ତୁ ଏଗୁଡିକ ମଧ୍ୟରୁ କୌଣସିଟି ହୋଇନାହିଁ ।
ନୂଆଦିଲ୍ଲୀର ନେହେରୁ ମେମୋରିଆଲ ମ୍ୟୁଜିୟମରେ ଇନ୍ସଲଭେନ୍ସି ଆଣ୍ଡ ବୈଙ୍କର୍ପସି ବୋର୍ଡ ଅଫ୍ ଇଣ୍ଡିଆ (ଆଇବିବିଆଇ) ର ଷଷ୍ଠ ସ୍ଥାପନା ଦିବସ ପାଳନ ଅବସରରେ ସୀତାରମଣ କେ.ସି.ଆରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଶାସନକୁ ଆସିବା ପରେ ଟିଆରଏସ କହିଥିଲା ଯେ, ସାମାଜିକ ନ୍ୟାୟ ଏବଂ ମହିଳା ସଶକ୍ତିକରଣ ହେବ କିନ୍ତୁ ୨୦୧୪ ରୁ ୨୦୧୮ ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିଆରଏସ ସରକାରରେ ଜଣେ ମହିଳା ମନ୍ତ୍ରୀ ନଥିଲେ । ଟିଆରଏସ ପୁନର୍ବାର ନିର୍ବାଚିତ ହେବା ପରେ ମଧ୍ୟ ପ୍ରାୟ ଏକ ବର୍ଷ ଧରି ମହିଳା ମନ୍ତ୍ରୀ ନଥିଲେ । ମହିଳାମାନଙ୍କୁ କିଛି ତାନ୍ତ୍ରିକଙ୍କ ପରାମର୍ଶରେ କ୍ୟାବିନେଟରେ ପ୍ରତିନିଧିତ୍ୱ ଦିଆଯାଇନଥିଲା ।