ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଏନଆଇଏ । କାନାଡ଼ାରେ ରହି ହିନ୍ଦୁ ଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଏବେ ଖଲିସ୍ତାନୀ ଆତଙ୍କୀ ଗୁରପତ୍ବନ୍ତ ସିଂ ପନ୍ନୁ ସମ୍ପତ୍ତି ଜବତ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA)। ପଞ୍ଜାବର ଅମୃତସର ଏବଂ ଚଣ୍ଡୀଗଡ଼ରେ ଥିବା ପନ୍ନୁର ସମ୍ପତ୍ତିକୁ NIA ଜବତ କରିଛି। ପନ୍ନୁ ବର୍ତ୍ତମାନ ଆମେରିକାରେ ରହୁଥିବା ବେଳେ କାନାଡାରେ ଭାରତ ବିରୋଧରେ କାର୍ଯ୍ୟ କରୁଛି । ଆମେରିକା ଏବଂ କାନାଡାରେ ତାର ଲ ଫାର୍ମ ରହିଛି । ସେଠାରୁ କ୍ରମାଗତ ଭାବେ ଭାରତ ବିରୋଧର ଭିଡିଓ ଜାରି କରୁଛନ୍ତି। NIA ପଞ୍ଜାବରେ ପନ୍ନୁଙ୍କର ଯେଉଁ ସମ୍ପତ୍ତି ଜବତ କରିଛି, ତାହା ହେଉଛି, ଅମୃତସର ଜିଲ୍ଲା ଉପକଣ୍ଠରେ ଥିବା ପୈତୃକ ଗାଁ ଖାନକୋଟ୍ରେ ୪୬ କାନାଲ୍ କୃଷି ସମ୍ପତ୍ତି ଏବଂ ଚଣ୍ଡୀଗଡ଼ର ସେକ୍ଟର-୧୫ସ୍ଥିତ ଘର। ଜବତ ପରେ ପନ୍ନୁଙ୍କର ସମ୍ପତ୍ତି ଏବେ ସରକାରଙ୍କର ହୋଇଛି।