ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରେ, ୭ ରାଜ୍ୟର ୫୩ ଜାଗାରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କ ଘରେ ରେଡ ହୋଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଗୁରୁପନ୍ତ ପନ୍ନୁର  ଧମକ ପରେ ରେଡକୁ ଜୋରଦାର କରାଯାଇଛି ।  ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର-ଡ୍ରଗ ତସ୍କରି ଧ୍ୱସ୍ତ କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ଦେଶର ୭ଟି ରାଜ୍ୟରେ ରେଡ୍ ମାରିଛି । ଏହି ୭ ରାଜ୍ୟରେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ୟୁପି, ରାଜସ୍ଥାନ ଓ ଉତ୍ତରାଖଣ୍ଡ ସମେତ କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡିଗଡ଼ ସାମିଲ ରହିଛି । ଏନଆଇଏ ତରଫରୁ କରାଯାଇଥିବା ରେଡରେ ଅନେକ ଲୋକଙ୍କୁ ହେପାଜତରେ ନିଆଯାଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ରେଡରେ ଏନଆଇଏ ୫୩ ଜାଗାରେ ରେଡ୍ ମାରି ହଥିୟାର ଓ ଗୋଳାବାରୁଦ ଜବତ କରିଛି । କାନାଡାରେ ମହଜୁଦ ଥିବା ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ,ଗ୍ୟାଙ୍ଗଷ୍ଟାରଙ୍କ ଠିକଣାରେ ଏଆଇଏ ରେଡ ମାରିଛି ।