ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜୋରିମାନା
କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା କରୁଛନ୍ତି ପଶ୍ଚିମବଂଗ ସରକାର । ଏଥିପାଇଁ କ୍ଷତିପୂରଣ ଲଗାଇଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) । ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜୋରିମାନା ଲଗାଇଛି । ପରିବେଶକୁ କ୍ଷତି ପହଞ୍ଚାଇବା ପାଇଁ ଏନଜିଟି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଏହି ଜୋରିମାନା ଲଗାଇଛି । କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା ଅଭିଯୋଗରେ ଏନ୍ଜିଟି ଜୋରିମାନା ଦେବାକୁ କହିଛନ୍ତି । ଏନଜିଟି ପ୍ୟାନେଲ କହିଛି ଯେ ସ୍ୱେରେଜ୍ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉ ନାହାଁନ୍ତି।