ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ । ଏନେଇ ଖବର ପ୍ରକାଶ ପାଇବା ପରେ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନରେ କର୍ମଚାରୀମାନେ ଯୋଗଦେବେ । ଉଭୟ ଗୃହ ଭିତରେ ଓ ବାହାରେ ସଂସଦ କର୍ମଚାରୀମାନେ ନୂଆ ୟୁନିଫର୍ମ ପିନ୍ଧିବେ ବୋଲି ଲୋକସଭା ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି। ନୂଆ ୟୁନିଫର୍ମରେ ଦୁଇ ଗୃହର ମାର୍ଶାଲଙ୍କ ପାଇଁ ମଣିପୁରୀ ପଗଡ଼ି ଏବଂ ଟେବୁଲ ଅଫିସ, ନୋଟିସ ଅଫିସ ଓ ସଂସଦୀୟ ରିପୋର୍ଟିଂ ବିଭାଗର ଅଧିକାରୀଙ୍କ ପାଇଁ ପଦ୍ମ ଛପା ଥିବା ସାର୍ଟ ରହିବ। ସମସ୍ତ ମହିଳା ଅଧିକାରୀଙ୍କୁ ନୂଆ ଡିଜାଇନ୍ର ଶାଢ଼ି ମିଳିବ। ପଦ୍ମ ହେଉଛି ଭାରତର ଜାତୀୟ ଫୁଲ, କିନ୍ତୁ ଏହା ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନ ଚିହ୍ନ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି କରିଛି। କଂଗ୍ରେସ ଓ ଏନ୍ସିପି ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।
Trending
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
Next Post