ଭାରତୀୟ ଖେଳାଳିଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ
ଭାରତୀୟ ଖେଳାଳିଙ୍କୁ ପରଷା ଗଲା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ମ୍ୟାଚ୍ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡବିଚ୍। ସେ ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍ନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି ବିବାଦ ସୃଷ୍ଟି ହୋଇଛି।ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପ୍ରାକ୍ଟିସ ମ୍ୟାଚ୍ ଥିଲା। ତେବେ ପ୍ରାକ୍ଟିସ ପରେ ଖେଳାଳିମାନେ ସ୍ୟାଣ୍ଡବିଚ୍ ଅର୍ଡର କରିଥିଲେ। ତେବେ ଭାରତୀୟ ଖେଳାଳିଙ୍କୁ ଗରମ ନଥିବା ସ୍ୟାଣ୍ଡବିଚ ପରଷା ଯାଇଥିଲା। ଏଥିସହ ଏହା ଅରୁଚିକର ମଧ୍ୟ ଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି।
ଏହା ସହ ଆଜି ଅଭ୍ୟାସ କରିବେ ନାହିଁ ବୋଲି ଖେଳାଳିମାନେ ମନା କରିଛନ୍ତି। କାରଣ ଖେଳାଳିମାନେ ରହୁଥିବା ହୋଟେଲଠାରୁ ୪୨ କିଲୋମିଟର ଦୂର ବ୍ଲାକ ଟାଉନରେ ଅଭ୍ୟାସ କରିବା ପାଇଁ କୁହାଯାଇଛି। ଏତେ ଦୂର ଯାଇ ଅଭ୍ୟାସେ କରିବେ ନାହିଁ ବୋଲି ଆଇସିସିକୁ ଜଣାଇଛନ୍ତି।ଉଲ୍ଲେଖଯୋଗ୍ୟ, ‘ଟି୨୦ ବିଶ୍ୱକପ୍ ୨୦୨୨’ରେ ‘ଇଣ୍ଟର୍ନ୍ୟାସ୍ନାଲ୍ କ୍ରିକେଟ୍ କାଉନ୍ସିଲ୍’ (ଆଇସିସି) ଭୋଜନ ପରିବେଷଣ କରୁଛି। କିନ୍ତୁ, ମଧ୍ୟାହ୍ନ ଭୋଜନ ପରେ ଆଉ ଉଷୁମ ଖାଦ୍ୟ ପରିବେଷଣ କରୁନାହିଁ।