ଇଣ୍ଡିଆ ଗେଟ୍ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି
ଚଳିତ ମାସ ୮ ତାରିଖରେ ଇଣ୍ଡିଆ ଗେଟ୍ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି। କଳା ମୁଗୁନି ପଥରର ୩୦ ଫୁଟ ଉଚ୍ଚତା ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ନିୟୋଜିତ ଶିଳ୍ପୀମାନଙ୍କୁ ତିନି ମାସ ସମୟ ଲାଗିଛି। ନିର୍ମାଣ କାର୍ଯ୍ୟରେ ଅରୁଣଙ୍କୁ ସହଯୋଗ କରିଛନ୍ତି ୪୦ ଶିଳ୍ପୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉନ୍ମୋଚନ କରିବେ। ଇଣ୍ଡିଆ ଗେଟ୍ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।