National ଆସନ୍ତା ମାସରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ Last updated Jul 9, 2023 ଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ବାକି । ଏପରି ସମୟରେ ବିରୋଧୀ ଦଳମାନେ ଏକଜୁଟ୍ ହେଇ ବିଜେପିକୁ ହରାଇବାକୁ ଚେଷ୍ଟା କରୁଥିବାବେଳେ, ବିରୋଧୀ ଏକତା କଥା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହାରି ଭିତରୁ କିନ୍ତୁ, ବିଜେପି ନିଜର ପୁରୁଣା ସହଯୋଗୀ ଦଳକୁ ପୁଣି ଏକାଠି କରିବାକୁ ଅଣ୍ଟା ଭିଡିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ଏନଡିଏର ଏକ ବଡ ବୈଠକ ବସିବାକୁ ଯାଉଛି । ଯେଉଁଥିରେ କି, ଏନଡିଏର ସମସ୍ତ ସହଯୋଗୀ ଦଳ ସାମିଲ ହେବେ । Share