ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍

ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍ । କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି ।ସେପଟେ ଯୋଶୀମଠରେ ୬ ଶହରୁ ଅଧିକ ଘରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ମାଗଣାରେ ରାସନ ସହିତ ପରିବାର ପିଛା ୫ ହଜାର ଟଙ୍କା ଦିଆଯାଇଛି । ଭଡା ନେଇ ରହୁଥିବା ଲୋକଙ୍କୁ ମାସିକ ୪ ହଜାର ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଦିଆଯିବ ।