ନେହରୁ ମ୍ୟୁଜିୟମ ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ: କଂଗ୍ରେସ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି ର ନାଁ ପରିବର୍ତ୍ତନ କରି  ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି କରାଯାଇଛି। ଯାହାକୁ ନେଇ କଂଗ୍ରେସ ନେତାମାନେ ବିରୋଧ କରିଛନ୍ତି ।  ୭୭ତମ ସ୍ବାଧୀନତା ଦିବସରେ ଏହି ନାମକୁ ସରକାରୀ ସ୍ବୀକୃତି ମିଳିଛି। ଏନଏମଏମଏଲର କାର୍ଯ୍ୟନିର୍ବାହୀ ପରିଷଦ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ପିଏମଏମଏଲର ଉପାଧ୍ୟକ୍ଷ ମଧ୍ୟ ଏନେଇ ଏକ ଟ୍ବିଟ୍‌ କରିଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି ଅଗଷ୍ଟ ୧୪ରୁ ସରକାରୀ ଭବେ ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ ଏବଂ ଲାଇବ୍ରେରି ହେଲା ବୋଲି ଏହି ପୋଷ୍ଟ୍‌ରେ ଲେଖାଯାଇଛି।