ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା

ଦୀପାବଳି ଅବସରରେ ଘରକୁ ଯିବାକୁ ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ସ୍ଥିତି । ଫଳରେ ୭ ଜଣ ଆହତ ହୋବା ସହ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ଭୋର ପାଖାପାଖି ୫ଟା ୪୫ ମିନିଟ ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି, ଦୀପାବଳି ଛୁତିରେ ଘରକୁ ଜୀବପାଇଁ ଲୋକେ ଷ୍ଟେସନରେ ଭିଡ ଜମିଥିବାବେଳେ ହଠାତ୍ ଭିଡ ଅସମ୍ଭାଳ ହୋଇପଡିଥିଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା । ବାନ୍ଦ୍ରା ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି |