ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ
ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ। ସହର ସାରା ଟ୍ରାଫିକ୍ ଜାମ୍ ହେବା ଫଳରେ ସହ ସହରବାସୀଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ କରିଛି । ଲୋକମାନେ କେଉଁଠି ଅଣ୍ଟାଏ ତ କେଉଁଠୁ ଆଣ୍ଠୁଏ ଗଭୀର ଜଳରେ ଯିବା ଆସିବାକୁ ବାଧ୍ୟ ହେଉଛନ୍ତି । ଫଳରେ ରେଳ ଓ ବସ ଚଳାଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଲୋକାଲା ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସକୁ ଆସୁଥିବା ଟ୍ରେନ ବଳମ୍ବରେ ଚାଲୁଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମୁମ୍ବାଇରେ ଆଗାମୀ 5 ରୁ 7 ଘଣ୍ଟା ମଧ୍ୟମ ଧରଣର ବର୍ଷା ଜାରି ରହିବ । ସେପଟେ ମମ୍ବାଇ ମହାନଗର ନିଗମ ଲୋକଙ୍କୁ ବିନା କାରଣରେ ଘରୁ ନବାହାରିବାକୁ ଅନୁରୋଧ କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନା ସନ୍ଦେ ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।