ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ପୁଣି ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ

ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ପୁଣି ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି । ଏହା ସହ ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ୍ ଚାମ୍ପିଅନ ହୋଇଛି ।

ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହୋଇଥିଲା ।