ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ବହୁ ଦିନ ପରେ  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ସ୍ବାଧୀନତାର 75 ବର୍ଷ ପରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନର ନାମକୁ ‘ଅମୃତ ଉଦ୍ୟାନ ନାମକରଣ କରାଯାଇଛି ।  କେନ୍ଦ୍ର ସରକାର ଏହି ନାମ ପରିବର୍ତ୍ତନ କରିବା ନେଇ ନିର୍ଦେଶନାମା ଘୋଷଣା କରିଛନ୍ତି । ଫ୍ରେବ୍ରୁଆରି ରୁ ମାର୍ଚ ଦୁଇମାସ ଏହି ଉଦ୍ୟାନ ଜନସାଧାରଣଙ୍କ ପାଇଁ ଖୋଲା ରହେ । ସକାଳ 9ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଲୋକମାନେ ଏହି ଉଦ୍ୟାନରେ ବୁଲିଥାନ୍ତି । ଅନେକ ପ୍ରକାର ଫୁଲ ଏହି ଉଦ୍ୟାନରେ ଦେଖିବାକୁ ମିଳିଥାଏ ।