ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିବ ସରକାର !

ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିପାରେ ସରକାର । ଅଧିକାଂଶ ଏକଜିଟ ପୋଲ ବିଜେପି ମେଂଟ ସରକାର ଗଢ଼ିବ ବୋଲି କହିଛନ୍ତି । ମହାୟୁତି ପୁଣି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି ।

ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।

ପି-ଏମଆରକ୍ୟୁ ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତିବେ।

ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୧୧୮, ଏମଭିଏ ୧୫୦ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନ ଜିତିବେ।

ପିପୁଲ୍ସ ପ୍ଲସ କହିଛି ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବିଜେପି ମେଣ୍ଟ ୧୫୨ରୁ ୧୬୦, ଏମଭିଏ ୧୩୦ରୁ ୧୩୮ ଓ ଅନ୍ୟାନ୍ୟ ଦଳ ୬ରୁ ୮ଟି ଆସନ ଜିତିବେ।

ଏହି ସଂସ୍ଥା ଆହୁରି କହିଛି ଯେ ମହାରାଷ୍ଟ୍ରରେ ବିଜେପି ଏକାକୀ ୮୯ରୁ ୧୦୧, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନସିପି(ଶରଦ ପାୱାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକରେ) ୨୧ରୁ ୨୯ ଓ ଏନସିପି(ଅଜିତ ପାୱାର) ୧୭ରୁ ୨୬ଟି ଆସନ ଜିତିବ।

ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।