ମିଳିଲା ମଙ୍କିପକ୍ସର ଆଉ ୩ ନୂଆ ମାମଲା
ରାଜଧାନୀ ଦିଲ୍ଲୀରେ ମଙ୍କି ପକ୍ସର ତିନୋଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଦିଲ୍ଲୀରେ ମଙ୍କି ପକ୍ସର ମାମଲା ୧୨ କୁ ବୃଦ୍ଧି ପାଇଛି । ସୂଚନାନୁସାରେ, ବର୍ତ୍ତମାନ ମଙ୍କିପକ୍ସର ପାଞ୍ଚଜଣ ରୋଗୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ସିଭିଲ ହସ୍ପିଟାଲରେ (ଏଲଏନଜିପି) ଭର୍ତ୍ତି ହୋଇଛନ୍ତି । ତେବେ ବର୍ତ୍ତମାନ ସେଠାରେ କୌଣସି ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇ ନାହାଁନ୍ତି ।
ଦିଲ୍ଲୀରେ ମଙ୍କିପକ୍ସର ୯ ମ ମାମଲା ନାଇଜେରିଆର ୩୦ ବର୍ଷ ବୟସ୍କା ମହିଳା ବୋଲି ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ମଙ୍କି ପକ୍ସ ସଂକ୍ରମଣରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏଲଏନଜିପି (LNJP) ହସ୍ପିଟାଲକୁ ନୋଡାଲ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି ।
ରବିବାର ଦିନ ନାଇଜେରିଆର ଜଣେ ୩୦ ବର୍ଷିୟ ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ମଙ୍କିପକ୍ସ ଏକ ଭାଇରାଲ୍ ଜୁନୋଟିକ୍ ରୋଗ । ଏହି ରୋଗରେ ରୋଗୀକୁ ଜ୍ୱର, ଚର୍ମରେ କ୍ଷତ, ଲିମ୍ଫେଡେନୋପାଥି, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ଥଣ୍ଡା ଲାଗିବା କିମ୍ବା ଝାଳ ବାହାରିବା, ଗଳା ଏବଂ କାଶ ଭଳି ସାଧାରଣ ଲକ୍ଷଣ ଥାଏ ।