ୱାକଫ ବିଲ୍ ଏବଂ ମୁସଲମାନ ୱାକଫ୍ ବିଲ୍ ଗୃହୀତ ହେବାକୁ ପ୍ରଶଂସା କରିଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ଉଭୟ ଗୃହ ଦ୍ୱାର ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍ ଗୃହୀତ ହେବାକୁ ପ୍ରଶଂସା କରିଛନ୍ତି । ଏହା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ସାମୂହିକ ପ୍ରୟାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ।

ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି, “ସଂସଦର ଉଭୟ ଗୃହ ଦ୍ୱାରା ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ (ରଦ୍ଦ) ବିଲ୍ ଗୃହୀତ ହେବା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ସାମୂହିକ ପ୍ରୟାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ । ଏହା ବିଶେଷ ଭାବରେ ସେମାନଙ୍କୁ ସାହାଯ୍ୟ କରିବ ଯେଉଁମାନେ ଦୀର୍ଘ ଦିନ ଧରି ଉପେକ୍ଷିିତ ରହି ଆସୁଥିଲେ ଏବଂ ସେମାନଙ୍କୁ ଉଭୟ ସ୍ୱର ଏବଂ ସୁଯୋଗରୁ ବଞ୍ଚିତ ରଖାଯାଇଥିଲା | ଆମେ ଏବେ ଏପରି ଏକ ଯୁଗରେ ପ୍ରବେଶ କରିବୁ ଯେଉଁଠାରେ ବ୍ୟବସ୍ଥା ଅଧିକ ଆଧୁନିକ ଏବଂ ସାମାଜିକ ନ୍ୟାୟ ପ୍ରତି ସମ୍ବେଦନଶୀଳ ହେବ । ବ୍ୟାପକ ରୂପରେ, ଆମେ ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦାକୁ ପ୍ରାଥମିକତା ଦେବା ପାଇଁ ପ୍ରତିବଦ୍ଧ । ଏହିପରି ଆମେ ଏକ ଶକ୍ତିଶାଳୀ, ଅଧିକ ସମାବେଶୀ ଏବଂ ଅଧିକ ସହାନୁଭୂତିପୂର୍ଣ୍ଣ ଭାରତ ନିର୍ମାଣ କରିପାରିବୁ ।”

 

Leave a comment