ସିଂହ ଛୁଆକୁ କୋଳରେ ଧରିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାନ୍ତରାରେ ବିତାଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।
ଭାନ୍ତରାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସିଆଟିକ ସିଂହ, ଧଳା ସିଂହ, ଚିତାବାଘ, କାରାକାଲ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀଙ୍କ ଛୁଆଙ୍କ ସହିତ ଖେଳୁଥିବାର ଦେଖାଯାଇଥିଲା। ସେ ସିଂହ ଛୁଆମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଧଳା ସିଂହ ଛୁଆକୁ ଖାଇବାକୁ ଦେଇଥିଲେ,ସେମାନେ ଭାନ୍ତରାରେ ଜନ୍ମ ନେଇଥିଲା। ତାଙ୍କ ମା’ଙ୍କୁ ଉଦ୍ଧାର କରାଯାଇ ଭାନ୍ତରାକୁ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଭାନ୍ତରାରେ ଅବସ୍ଥିତ ବନ୍ୟପ୍ରାଣୀ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ସେଠାରେ ବନ୍ୟ ପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ।