କଥା ହେଲେ ମୋଦି ଓ ସୁନକ, ମୁକ୍ତ ବାଣିଜ୍ୟ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ହୋଇପାରିବ । ଏନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହେବା ପରେ ଜଣାପଡିଛି । ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହେବାପରେ ଟୁଇଟ କରି ଦୁଇ ନେତା ଏହା ଉପରେ ଆଲୋଚନା କରିଥିବା ଜଣାପଡିଛି । ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି।ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ନେତୃମଣ୍ଡଳୀଙ୍କ ବୈଠକ ହେବ। ଏହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟିବେ।