ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଏହାପୂର୍ବରୁ କେନ୍ଦ୍ର କରିଛି ବଡ ଘୋଷଣା । କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି ନୋଟିଫିକେସନ୍ ମୁତାବକ, ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସି ଗୁଜୁରାଟର ଦୁଇ ନିର୍ଦ୍ଦିଷ୍ଟ ଜିଲ୍ଲାରେ ରହୁଛନ୍ତି ସେମାନଙ୍କୁ ରାଜ୍ୟରେ ନାଗରିକତା ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାଗରିକତା ଆଇନ୍ ୧୯୫୫ ଅଧିନିୟମ ଅନୁସାରେ ସେମାନଙ୍କୁ ନାଗରିକତା ମିଳିବାକୁ ଘୋଷଣା କରାଯାଇଛି ।
୨୦୧୯ ସିଏଏ ଅଧିନିୟମ ଅନୁସାରେ ମଧ୍ୟ ବାହାର ଦେଶର ଲୋକଙ୍କୁ ନାଗରିକତା ମିଳିବାର ନିୟମ ରହିଛି ।ହେଲେ ଏଯାଏଁ ଏହି ଅଧିନିୟମ ଅନୁସାରେ ସରକାର କାହାରିକୁ ନାଗରିକତା ଦେବାର ନିୟମ କେନ୍ଦ୍ର ସରକାର ବନାଇନଥିବାରୁ ୧୯୫୫ ନାଗରିକତା ଆଇନକୁ ଗୁରୁତ୍ୱ ଦେଇଛନ୍ତି ।କେନ୍ଦ୍ର ଗୃହମନ୍ତ୍ରଣାଳୟ ଅନୁସାରେ ଯେଉଁ ହିନ୍ଦୁ , ଶିଖ୍ , ଜୈନ୍ ବା ପାର୍ସି , ଇସାଈ ଗୁଜୁରାଟର ଆନନ୍ଦ ଓ ମହେସାଣା ଜିଲ୍ଲାରେ ସ୍ଥାୟୀ ଭାବେ ରହିବାକୁ ତାଙ୍କୁ ନାଗରିକତା ଅଧିକାର ମିଳିବ । ଏଥିପାଇଁ ସେମାନେ ଖୁବଶୀଘ୍ର ରେଜିଷ୍ଟ୍ରେସନ୍ କରିପାରିବେ ।