୧ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଗ୍ରହଣ କରିବାକୁ ମନାକଲା ‘ଗୀତା ପ୍ରେସ୍‌

ନୂଆଦିଲ୍ଲୀ: ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ବାବଦକୁ ମିଳୁଥିବା ନଗଦ ୧ କୋଟି ଟଙ୍କା ଗ୍ରହଣ କରିବ ନାହିଁ ଗୀତା ପ୍ରେସ । ପ୍ରେସ ପକ୍ଷରୁ କୁହାଯାଇଛି ପୁରସ୍କାର ବାବଦ ଅର୍ଥରାଶିକୁ ସରକାର ଅନ୍ୟ କାର୍ଯ୍ୟରେ ବ୍ୟୟ କରିବା ଉଚିତ। ୧ କ‌ୋଟି ଟଙ୍କା ଅର୍ଥରାଶି ସହିତ ଏହି ପୁରସ୍କାରରେ ଗୋଟିଏ ଫଳକ ଓ ଚମତ୍କାର ପାରମ୍ପରିକ ହସ୍ତକର୍ମ/ହସ୍ତତନ୍ତ ଜନିଷ ମଧ୍ୟ ପ୍ରଦାନ କରାଯାଏ।ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ ।