National ୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ Last updated Feb 23, 2023 କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆସନ୍ତା ନିର୍ବାଚନରେ କଂଗ୍ରେସ ଦେଶରେ ସରକାର ଗଠନ କରିବ ବୋଲି କହିଛନ୍ତି । ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ ଏବଂ ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବ।ଖଡ଼ଗେ ନାଗାଲାଣ୍ଡରେ ନିର୍ବାଚନ ରୢାଲି କରି ଏହା କହିଛନ୍ତି। ଖଡ଼ଗେ କହିଛନ୍ତି, ୨୦୨୪ରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ଗଠନ ସୁନିଶ୍ଚିତ। ବିରୋଧୀ ଦଳମାନଙ୍କର ମିଳିତ ଲଢ଼େଇରେ ବିଜେପିର ନିସ୍ତାର ନାହିଁ ବୋଲି ସେ କହିଛନ୍ତି। Share