ଭାରତରେ ଅଛନ୍ତି ୩୧୬୭ ବାଘ

ଭାରତର ବିଭିନ୍ନ ଜଙ୍ଗଲରେ ୨୦୨୨ ସୁଦ୍ଧା ୩୧୬୭ଟି ବାଘ ରହିଥିବା ରବିବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ବାଘଙ୍କ ସ୍ଥିତି ସମ୍ପର୍କିତ ୨୦୨୨ ରିପୋର୍ଟକୁ ଉନ୍ମୋଚନ କରି ମୋଦୀ ଦର୍ଶାଇଥିଲେ ୨୦୧୮ରେ ଦେଶରେ ୨୯୬୭ଟି ବାଘ ରହିଥିବା ବେଳେ ୨୦୨୨ରେ ବାଘ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି। ସେହିପରି ୨୦୧୫ରେ ଭାରତରେ ୫୨୫ଟି ସିଂହ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୬୭୫ରେ ପହଞ୍ଚିଥିବା ସେ ସୂଚନା ଦେଇଥିଲେ।ବ୍ୟାଘ୍ର ପ୍ରକଳ୍ପ ୫୦ ବର୍ଷ ପୂରଣ କରିଥିବା ବେଳେ ଦେଶରେ ବାଘ ସଂଖ୍ୟାରେ ବେଶ୍‌ ବୃଦ୍ଧି ଘଟିଥିବା ମୋଦୀ କହିଥିଲେ।