ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି

ନୂଆଦିଲ୍ଲୀ:  ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି ଯେ, ଏପ୍ରିଲ ୬ ହେଉଛି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ଏବଂ ସମସ୍ତ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ।