ଅମୃତପାଲ୍‌ ସିଂହଙ୍କୁ ଖୋଜୁଛି ପୋଲିସ

୪ ଦିନ ହେଲା ପଂଜାବ ପୋଲିସ ଖୋଜୁଛି ଅମୃତପାଲ ସିଂହଙ୍କୁ ।  ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ କରିଥାଇପାରନ୍ତି ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଆଶା କରିଛି ଯେ, ଏହି ଫଟୋ ସବୁ ଜନସାଧାରଣଙ୍କୁ ଅମୃତପାଲ୍‌ଙ୍କୁ ଚିହ୍ନିବାରେ ସହାୟକ ହେବ। ଏହି ଫଟୋ ସବୁରେ ଅମୃତପାଲ୍‌ ଦାଢ଼ି ଖିଅର ହୋଇଥିବା, ଦାଢ଼ି ରଖିଥିବା, ବିଭିନ୍ନ ପ୍ରକାରର ପଗଡ଼ି ବାନ୍ଧିଥିବା ଏବଂ ଅନ୍ୟାନ୍ୟ ବେଶଭୁଷା ହୋଇଥିବା ଦେଖାଯାଉଛି। ତେବେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଅମ୍ରିତ ପାକିସ୍ତାନକୁ ଖସି ଚାଲିଯାଇଥାଇପାରେ ।