ମଣିପୁର ହିଂସାରେ ପୁଣି ୪ ଜଣଙ୍କ ମୃତ୍ୟୁ, ବଢିଲା କର୍ଫ୍ୟୁ ସମୟ
ମଣିପୁରରେ ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ସ୍ଥାନରେ ଏବେ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ଲୋକେ ଘରୁ ବାହାରିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୃତକଙ୍କ ମଧ୍ୟରେ ଜଣେ କୁକି ସମ୍ପ୍ରଦାୟର ଥିବା ବେଳେ ଅନ୍ୟ ତିନି ଜଣ ମୈତେଇ କମ୍ୟୁନିଟିର ବୋଲି ଜଣାପଡ଼ିଛି । ମଣିପୁର ହିଂସା ପଛରେ ପଡୋଶୀ ଦେଶର ହାତ ଅଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଥିଲେ ।