ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେବା ନେଇ ସାରା ଦେଶରେ ଏବେ ଚର୍ଚା ଜୋର ଧରିଛି । ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିବାକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ନିର୍ବାଚନ ହାରିବା ଭୟରେ ବିଜେପି ଏପରି କରିବାକୁ ଚାହୁଁଛି ଏଭଳି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଆସନ୍ତା ୧୮ରୁ ୨୨ ତାରିଖ ଯାଏ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ ଓ୍ବାନ ଇଲେକସନ ବିଲ ଆସିପାରେ । ସେପଟେ ବିରୋଧୀଙ୍କ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଛି । ଏହି ବୈଠକରେ ବିରୋଧୀ ନେତାମାନେ ଏନେଇ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଓ୍ବାନ ଇଲେକ୍ସନ ନୀତିକୁ ପ୍ରବଳ ବିରୋଧ କରାଯାଇଛି ।
Centre sets up a commitee headed by former President Ramnath Kovind to study 'One Nation, One Election' proposal
Read @ANI Story | https://t.co/nAQJmKI3pJ#OneNationOneElection #RamnathKovind pic.twitter.com/uBBd0A0BY2
— ANI Digital (@ani_digital) September 1, 2023
Live: INDIA alliance meet Day 2 in Mumbai Live: Opposition bloc to unveil logo
Read @ANI | https://t.co/OCbMsEp4Fp#INDIAAlliance #INDIA #OppositionMeeting pic.twitter.com/Tqotpp95UK
— ANI Digital (@ani_digital) September 1, 2023
ବର୍ତ୍ତମାନ ସଂସଦର ସ୍ଥିତି ଅନୁସାରେ ଏହି ବିଲ୍ ଗୃହିତ ହେବାର ସମ୍ଭାବନା ରହିଛି । ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ । ୫ ଦିନ ଧରି ଚାଲିବ ଗୃହକାର୍ଯ୍ୟ । ଅଧିବେଶନରେ ରହିବ ୫ଟି ସିଟିଂ । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
#WATCH | Opposition's Indian National Developmental Inclusive Alliance (INDIA) bloc leaders pose for a group photograph ahead of their meeting in Mumbai. pic.twitter.com/G1LSt50HC3
— ANI (@ANI) September 1, 2023
ଏନେଇ ନିଜ ନିଜର ମତ ରଖିଛନ୍ତି ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବଦ୍ରି ନାରାୟଣ ପାତ୍ର କହିଛନ୍ତି, ‘‘ଏହି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଆଇନ ଆସିଲେ ଆଗୁଆ ନିର୍ବାଚନ ହୋଇପାରେ। ଏଥିରେ କିଛି ଅସୁବିଧା ନାହିଁ। ଏଥିରେ କିଛି ରାଜ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି, ଯେଉଁ ସବୁ ରାଜ୍ୟରେ ନିକଟରେ ନିର୍ବାଚନ ସରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅନ୍ୟ ଦଳ ଅପେକ୍ଷା ଆମେ ସବୁ ବେଳେ ଅଧିକ ପ୍ରସ୍ତୁତ।’’ ଏନେଇ ନରସିଂହ ମିଶ୍ର ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ‘‘ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ରେ ଯଦି ଅସୁବିଧା ନଥାଏ ତାହେଲେ କରାଯାଇପାରେ। ବିଲ୍ଟି ନ ଆସିବା ପୂର୍ବରୁ ତା’ ବିଷୟରେ କହିବା ଅନୁଚିତ୍। ବିଜେପି ଆଗୁଆ ନିର୍ବାଚନ କରିବାକୁ ଚାହୁଁଛି। ସର୍ଭେରୁ ଜଣାପଡ଼ୁଛି ମୋଦୀଙ୍କ ଲୋକପ୍ରିୟତା ନାହିଁ।