ଜୁଆଖେଳ ପ୍ଲାଟଫର୍ମକୁ ପ୍ରୋତ୍ସାହିତ ନକରିବାକୁ ଗଣମାଧ୍ୟମକୁ ପରାମର୍ଶ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ଜୁଆଖେଳର ବିଜ୍ଞାପନ  ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପରାମର୍ଶ ଦେଇଛି ।ଆଜି ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ, ଆଗଧାଡିର ମୁଖ୍ୟ ଇଂରାଜୀ ଏବଂ ହିନ୍ଦୀ ଖବରକାଗଜରେ ଜୁଆ ୱେବସାଇଟର ପ୍ରୋତ୍ସାହନମୂଳକ ବିଜ୍ଞାପନ ବିଷୟବସ୍ତୁକୁ ନେଇ ମନ୍ତ୍ରଣାଳୟ ଗଭୀର ଅସନ୍ତୋଷ ପ୍ରକଟ କରିଛି । ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍ ଖବର ପ୍ରକାଶକ ସମେତ ସମସ୍ତ ଗଣମାଧ୍ୟମକୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ସାମ୍ପ୍ରତିକ ସମୟରେ ଗଣମାଧ୍ୟମରେ ଏପରି ବିଜ୍ଞାପନ ପ୍ରକାଶ ପାଇଥିବାର ର୍ନିଦ୍ଦିଷ୍ଟ କେତେକ ଉଦାହରଣ ଦେଖାଯାଇଛି ।

ଏକ ର୍ନିଦ୍ଦିଷ୍ଟ ଜୁଆ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ଉତ୍ସାହିତ କରୁଥିବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ମଧ୍ୟ ଆପତ୍ତି ଉଠାଇଛି, ଯେଉଁଥିରେ ଏହା କପିରାଇଟ୍ ଆଇନ୍‍, ୧୯୫୭ ର ଉଲ୍ଲଂଘନ କରୁଥିବା ଜଣାପଡିଛି ।

ଆଇନଗତ ବାଧ୍ୟତାମୂଳକ ତଥା ଗଣମାଧ୍ୟମର ନୈତିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଉଥିବାବେଳେ, ମାର୍ଗଦର୍ଶିକା ପ୍ରେସ କାଉନସିଲର ସାମ୍ବାଦିକତା ଆଚରଣର ମାନଦଣ୍ଡ ନିୟମାବଳୀକୁ ସୂଚିତ କରୁଛି ଯାହା ଅନ୍ୟ କଥା ସହିତ ଉଲ୍ଲେଖ କରିଛି ଯେ ଖବରକାଗଜ ଏଭଳି ବିଜ୍ଞାପନ ପ୍ରକାଶନ କରିବା ଉଚିତ ନୁହେଁ ଯାହା ବେଆଇନ୍ ଅଟେ, ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ ଖବରକାଗଜ ଏବଂ ସାମୟିକ ପତ୍ରିକାଗୁଡ଼ିକ ପିଆରବି ଆଇନ୍‍, ୧୮୬୭ ର ଧାରା ୭ ଅନୁଯାୟୀ ବିଜ୍ଞାପନ ସମେତ ସମସ୍ତ ବିଷୟବସ୍ତୁ ପାଇଁ ସମ୍ପାଦକଙ୍କ ଦାୟିତ୍ୱକୁ ଦୃଷ୍ଟିରେ ରଖି ନୈତିକ ତଥା ଆଇନଗତ ଦୃଷ୍ଟିରୁ ବିଜ୍ଞାପନ ଗୁଡ଼ିକୁ ଯାଞ୍ଚ କରିବା ଉଚିତ୍‍ । ରାଜସ୍ୱ ସ୍ରଂଗ୍ରହ କେବଳ ପ୍ରେସ୍ ର ଏକମାତ୍ର ଲକ୍ଷ୍ୟ ହୋଇପାରିବ ନାହିଁ ଏବଂ ହେବା ମଧ୍ୟ ଉଚିତ ନୁହେଁ, ଯାହା ବହୁତ ବଡ ସାର୍ବଜନିକ ଦାୟିତ୍ୱ ଅଟେ ।