ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ମନ୍ କି ବାତ୍”
ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି ବୋଲି ମନ କି ବାତରେ କହିଛନ୍ତି ମୋଦି । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ କହିଛନ୍ତି । ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନକୁ ନେଇ ସାରା ଦେଶରେ ଚର୍ଚା ହେଉଥିବା ସେ କହିଛନ୍ତି । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଭାରତ ମଣ୍ଡପମ୍ ସ୍ୱୟଂ ପ୍ରସିଦ୍ଧି ଲାଭ କରିସାରିଛି । ଲୋକେ ଏହାସହିତ ସେଲ୍ଫି ଉଠାଉଛନ୍ତି ଏବଂ ଗର୍ବର ସହିତ ଏହାକୁ ପୋଷ୍ଟ ମଧ୍ୟ କରୁଛନ୍ତି । ଭାରତ ଏହି ସମ୍ମିଳନୀରେ ଆଫ୍ରିକାନ୍ ୟୁନିଅନ୍କୁ ଜି-୨୦ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ ରୂପେ ସାମିଲ କରାଇ ନିଜର ସଶକ୍ତ ନେତୃତ୍ୱର ପରିଚୟ ଦେଇଛି। ଆପଣମାନେ ଜାଣିଥିବେ, ଭାରତ ଯେତେବେଳେ ବହୁତ ସମୃଦ୍ଧ ଦେଶ ଥିଲା, ସେହି ଯୁଗରେ ଆମ ଦେଶ ଓ ବିଶ୍ୱରେ ସିଲ୍କ ରୁଟ୍ ବିଷୟରେ ବହୁତ ଆଲୋଚନା ହେଉଥିଲା । ଏହି ସିଲ୍କ ରୁଟ୍ ବ୍ୟବସାୟ ବାଣିଜ୍ୟର ବହୁତ ବଡ଼ ମାଧ୍ୟମ ଥିଲା । ଏବେ ଆଧୁନିକ ଯୁଗରେ ଭାରତ ଆଉ ଏକ ଇକନମିକ୍ କରିଡର୍ ସମ୍ପର୍କରେ ଜି-୨୦ରେ ପ୍ରସ୍ତାବ ଦେଇଛି । ଏହା ହେଉଛି ଇଣ୍ଡିଆ- ମିଡିଲ୍ ଇଷ୍ଟ – ୟୁରୋପ ଇକନମିକ୍ କରିଡର୍ । ଏହି କରିଡର୍ ଆଗାମୀ ଶହ ଶହ ବର୍ଷ ଧରି ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି ଏବଂ ଇତିହାସ ଏହାକୁ ସର୍ବଦା ମନେ ରଖିବ ଯେ ଏହି କରିଡର୍ ର ସୂତ୍ରପାତ ଭାରତ ଭୂମିରେ ହୋଇଥିଲା ।