ମଣିପୁର ହିଂସା: ୩ ଯବାନ ସହିଦ

ମଣିପୁରରେ ହିଂସା ଥମୁ ନାହିଁ। ରାଜ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ମଙ୍ଗଳବାର ୩ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନ ଥିବାବେଳେ ଆସାମ ରାଇଫଲ୍ସର ୨ଜଣ ଯବାନ ଅଛନ୍ତି।  କାକଚିଙ୍ଗ ଜିଲାର ସେରୋଉ ଅଞ୍ଚଳରେ କୁକି ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟ ବେଳେ ଏହି ତିନି ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମୃତ୍ୟୁ ହୋଇଛି।