ଦିଦିଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ବିଭିନ୍ନ ରାଜ୍ୟରେ ଅଣ ବିଜେପି ନେତାଙ୍କ ଘରେ ସିବିଆଇ, ଇଡିର ଚଢାଉ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଥିବା କଂଗ୍ରେସ ଏବଂ ବିରୋଧୀଦଳମାନେ ଅଭିଯୋଗ କରୁଥିବା ବେଳେ ଭିନ୍ନ ବୟାନ ନେଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରୋକ୍ଷରେ ମୋଦୀଙ୍କୁ ପ୍ରଶଂସା କରି ମମତା କହିଛନ୍ତି ସିବିଆଇ ଚଢାଉରେ ପ୍ରଧାନମନ୍ତ୍ରୀଙ୍କ ହାତ ନାହିଁ ।ସିବିଆଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିନଥାଏ ସେମାନେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିଥାନ୍ତି ବୋଲି ମମତା କହିଛନ୍ତି । ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ ଉପରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବ ଆଲୋଚନାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ମମତା । ଦଳ ଏବଂ ସରକାର ଏକ ନୁହେଁ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଇଡି ଓ ସିବିଆଇର ଦୂରୁପଯୋଗ କରୁଥିବା ସେ ଭାବୁନାହାଁନ୍ତି ବୋଲି ମମତା କହିଥିଲେ । ବିଜେପିର କିଛି ନେତା ନିଜର ସ୍ୱାର୍ଥ ପାଇଁ ଏଭଳି ତଦନ୍ତକାରୀ ସଂସ୍ଥା ଅବବ୍ୟବହାର କରୁଥିବା ମମତା କହିିଥିଲେ ।