ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। କଂଗ୍ରେସର ଉଦୟପୁର ପ୍ରସ୍ତାବ ଅନୁସାରେ ଜଣେ ଲୋକ ଗୋଟିଏ ପୋଷ୍ଟ ରେ ରହିପାରିବ । ସେଥିପାଇଁ ଖଡଗେ ତାଙ୍କ ବିରୋଧୀ ଦଳ ନେତା ପଦରୁ ଇସ୍ତପା ଦେଇଛନ୍ତି ।
ଶୁକ୍ରବାର ଦିନ ମଲ୍ଲିାକର୍ଜୁନ ଖଡ଼ଗେ, ଶଶୀ ଥରୁର ଏବଂ କେ.ଏନ୍. ତ୍ରିପାଠୀ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିମନ୍ତେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।