ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଖଡଗେଙ୍କ ଆକ୍ରମଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆଗାମୀ ବର୍ଷକୁ ପୁଣି ତ୍ରିରଙ୍ଗା ଉଡାଇବି’ ଉକ୍ତିକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ତାଙ୍କୁ ତାତ୍ସଲ୍ୟ କରିଛନ୍ତି ।  ‘ଆସନ୍ତା ବର୍ଷ ମୋଦୀ ତାଙ୍କ ଘରେ ପତାକା ଉତ୍ତୋଳନ କରିବେ ବୋଲି କହିଛନ୍ତି ଖଡ଼ଗେ। ଆଜି ବି ସେମାନେ ଅହଂକାର ପ୍ରଦର୍ଶନ କରୁଛନ୍ତି, ତାହାଲେ ସେ ଦେଶ କିପରି ଗଢିବେ।’ ବାସ୍ତବରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ କହିଥିଲେ, ଯେତେବେଳେ ଦେଶ ୨୦୪୭ ମସିହାରେ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ସେତେବେଳେ ଆମ ଦେଶର ତ୍ରିରଙ୍ଗା ବିଶ୍ୱର ଏକ ବିକଶିତ ଦେଶର ପରିଚୟ ନେଇ ଫରଫର ଉଡିବ | ଏଥିପାଇଁ ସେ ଆସନ୍ତା ୫ ବର୍ଷକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ସେ ଦୃଢ ବିଶ୍ୱାସର ସହ ଲାଲକିଲ୍ଲାରେ ୨୦୨୪ରେ ବି  ଜାତୀୟ ପତାକା ଉଡ଼ାଇବେ ବୋଲି କହିଥିଲେ।