ସିକ୍କିମର ନାଥୁଲା ଘାଟିରେ ବଡ଼ଧରଣର ହିମସ୍ଖଳନ: ୬ ମୃତ
ଗାଙ୍ଗଟକ୍ : ସିକିମର ନାଥୁଲା ଘାଟିରେ ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ, ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ଯ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ଆହତ ହୋଇଥିବା ୬ ଜଣଙ୍କର ନିକଟସ୍ଥ ସାମରିକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସୂଚନା ଅନୁଯାୟୀ,ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ୧୫ତମ ମାଇଲରେ ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଅଧିକ ଲୋକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।