ବଢ଼ିଲା ମହୁଆ ମୈତ୍ରଙ୍କ ଅଡ଼ୁଆ
ପ୍ରଶ୍ନ ପାଇଁ ଅର୍ଥ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ସୂତ୍ରରୁ ଖବର ମିଳିଛି କି, ଲୋକସଭାର ସଦାଚାର କମିଟି ମହୁଆଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛନ୍ତି। ସଂସଦର ସଦାଚାର କମିଟି ମହୁଆଙ୍କ ମାମଲାର ତଦନ୍ତ କରି ଲୋକସଭା ସଚିବାଳୟକୁ ଏକ ୫୦୦ ପୃଷ୍ଠାର ରିପୋର୍ଟ ଦେଇଥିବା ସୂଚନା ହସ୍ତଗତ ହୋଇଛି । ଏହି ରିପୋର୍ଟରେ ମହୁଆ ମୈତ୍ରଙ୍କୁ ଦୋଷୀ ଦର୍ଶାଇ ତାଙ୍କର ସଦସ୍ୟତା ରଦ୍ଦ ଲାଗି କମିଟି ସୁପାରିସ କରିଥିବା ସୂତ୍ରରୁ ପ୍ରକାଶ।