ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିର୍ବାଚନ କମିଶନ ନିଯୁକ୍ତ କରିଛନ୍ତି। ବିଧାନସଭା ନିର୍ବାଚନରେ କ୍ରିକେଟର ତାଙ୍କ ଫଟୋ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁମତି ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର କହିଛନ୍ତି।
ନିର୍ବାଚନ ଅଧିକାରୀ ରବି କୁମାର କହିଛନ୍ତି, ‘ମହେନ୍ଦ୍ର ସିଂ ଧୋନୀ ତାଙ୍କ ଫଟୋଗ୍ରାଫର ବ୍ୟବହାର ପାଇଁ ନିର୍ବାଚନ ଆୟୋଗଙ୍କୁ ସମ୍ମତି ଦେଇଛନ୍ତି । ଅଧିକ ବିବରଣୀ ପାଇଁ ଆମେ ତାଙ୍କ ସହିତ ଯୋଗାଯୋଗରେ ଅଛୁ । ଭୋଟରଙ୍କୁ ଏକଜୁଟ କରିବା ପାଇଁ ସେ କାର୍ଯ୍ୟ କରିବେ।
ନିର୍ବାଚନରେ ଭୋଟରଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଧୋନୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମ ଅଧୀନରେ ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ। ଲୋକଙ୍କୁ, ବିଶେଷକରି ଯୁବ ଭୋଟରଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବାକୁ ଧୋନୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ନିର୍ବାଚନ ଆୟୋଗ ଚାହୁଁଛନ୍ତି ।