୪ ପିଏଫ୍ଆଇ କର୍ମଚାରୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ
ଆକ୍ସନ ମୁଡ୍ରେ ଏଟିଏସ୍। ମୁମ୍ବାଇର ପନଭେଲରୁ ୪ ପିଏଫ୍ଆଇ କର୍ମଚାରୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ। ଯେଉଁ ୪ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପିଏଫ୍ଆଇ ଷ୍ଟେଟ୍ ଏକ୍ସପେନ୍ସନ୍ କମିଟି ସଦସ୍ୟ, ଜଣେ ପିଏଫ୍ଆଇ ସେକ୍ରେଟାରୀ ଓ ଆଉ ଦୁଇ ଜଣ ପିଏଫ୍ଆଇର ସଦସ୍ୟ ଅଛନ୍ତି। ଗୁଇନ୍ଦା ସୂଚନା ଆଧରରେ ଏମାନଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାନ୍ ସତ୍ତ୍ୱେ ପିଏଫ୍ଆଇ ସହ ଜଡିତ ଲୋକେ ଆଗକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ପନବେଲ୍ରେ ଗୁପ୍ତ ଭାବେ ବୈଠକ ଚଳାଇଥିଲେ। ଏହି ସୂଚନା ମିଳିବା ପରେ ଏଟିଏସ୍ ପକ୍ଷରୁ ଚଢ଼ାଇ କରାଯାଇଛି ଏହି ୪ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧ ୟୁଏପିଏ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହ ଏମାନଙ୍କୁ ଆଜି ମୁମ୍ବାଇ ପନବେଲ କୋର୍ଟରେ ହାଜର କରାଯିବ।