ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩

ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ପୃଥିବୀର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋ ଏବଂ ପୃଥିବୀର ଚିତ୍ର ସହ ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି।

ପୂର୍ବରୁ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇଥିବା ସମ୍ନାକୁ ଆସିଥିଲା। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହୋଇଥିଲା। ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଥିଲା।