ପୁଣି ଗିରଫ ହେଲେ କେଆର୍କେ
ଫିଟ୍ନେସ୍ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍କେଙ୍କୁ ଗିରଫ କରିଛି। ବିବାଦୀୟ ଟ୍ୱିଟ୍ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି।

ବିବାଦୀୟ ଟ୍ୱିଟ୍ ମାମଲାରେ କେଆର୍କେଙ୍କୁ କୋର୍ଟ ଅଗଷ୍ଟ ୩୦ ଯାଏଁ ନ୍ୟାୟିକ ହେପାଜତକୁ ଫଠାଇଥିଲେ। ବର୍ତ୍ତମାନ କମଲ ଆର୍ ଖାନଙ୍କୁ ତିନି ବର୍ଷ ପୁରୁଣା ମାମଲାରେ ପୁଣି ଗିରଫ କରାଯାଇଛି। ଫିଟ୍ନେସ୍ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍କେଙ୍କୁ ଗିରଫ କରିଛି।ମୁମ୍ବାଇ ବୋରିବଲି ସ୍ଥିତ ୨୪ ଏମ୍ଏମ୍ କୋର୍ଟଙ୍କ ଟ୍ରାନ୍ସଫର ଅର୍ଡର ପରେ ତାଙ୍କୁ ଗିରଫ କରାଯାଇଛି।