୩୦ ଜୁନ୍‌ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ “ଖେତ ବଚାଓ ଅଭିଯାନ”କୁ କେବଳ ଏକ ସଚେତନତା କାର୍ଯ୍ୟକ୍ରମ ନୁହେଁ ବରଂ ଚାଷ, ଚାଷୀ ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ଏକ ବ୍ୟାପକ ଜାତୀୟ ଅଭିଯାନ କରିବାର ବାର୍ତ୍ତା ଦେଇଛନ୍ତି। ଆଜି ଦିଲ୍ଲୀରେ  ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି  ସାରର ସନ୍ତୁଳିତ ଏବଂ ବିଚାରବନ୍ତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ସରକାରୀ ଯୋଜନାର ଲାଭକୁ ସିଧାସଳଖ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ।

 

ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଏକ ମାସବ୍ୟାପୀ ‘ଖେତ ବଞ୍ଚାଅ ଅଭିଯାନ’କୁ ପ୍ରଭାବଶାଳୀ ଓ ଫଳଦାୟକ କରିବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଧିକାରୀମାନଙ୍କୁ ଖେତ ସୁରକ୍ଷା, ଖର୍ଚ୍ଚର ସମତୁଳନ ଏବଂ କୃଷକମାନଙ୍କୁ ସମୟୋପଯୋଗୀ ଓ ସଠିକ୍ ମାର୍ଗଦର୍ଶନ ଦେବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନ ଉପରୁ-ତଳକୁ(top-down) ମଡେଲ୍‌ରେ ଚାଲିବ ନାହିଁ, ବରଂ ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟ ଏବଂ କେନ୍ଦ୍ର ପର୍ଯ୍ୟନ୍ତ ଏକ ସହଭାଗୀତା ଆଧାରିତ ମଡେଲ୍‌ରେ ପରିଚାଳିତ ହେବ।

ବୈଠକରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଗୁରୁତ୍ୱାରୋପ କରିଥିଲେ ଯେ ରାସାୟନିକ ସାରର ଅନିୟନ୍ତ୍ରିତ ବ୍ୟବହାରକୁ କମେଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେବ। ଏହାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ମାଟି ପରୀକ୍ଷା ଆଧାରରେ ସାର ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀର ସନ୍ତୁଳିତ ବ୍ୟବହାର ବିଷୟରେ ସଚେତନ କରିବା, ସେମାନଙ୍କୁ ସବୁଜ ସାର, ଜୈବିକ ଏବଂ ବାୟୋ-ପ୍ରଡକ୍ଟ୍‌ର ବ୍ୟବହାର ବୃଦ୍ଧି କରିବାକୁ ପ୍ରେରଣା ଦେବା। ଏହା ସହିତ ସମନ୍ୱିତ ପୋଷକ ପରିଚାଳନା (Integrated Nutrient Management – INM) ର ପ୍ରଦର୍ଶନ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି।

କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଆଗାମୀ ଦିନରେ ପାଣିପାଗ ସମ୍ବନ୍ଧୀୟ ଚିନ୍ତାକୁ ଧ୍ୟାନରେ ରଖି କୃଷକମାନଙ୍କୁ ବ୍ୟବହାରିକ ପରାମର୍ଶ ଦିଆଯିବ। ସେମାନଙ୍କୁ କଣ କରିବା ଉଚିତ ଓ କଣ ନୁହେଁ ଏବଂ ଏଠି ସହିତ  ସଠିକ୍ ଫସଲ ବିକଳ୍ପ, ଫସଲ ବିବିଧତା ଓ ଜଳ ଅଭାବ କିମ୍ବା ବିପଦ କ୍ଷେତ୍ରରେ ଚାଷ କରିବା ବିଷୟରେ ଗଠନମୂଳକ ପରାମର୍ଶ ଦିଆଯିବ। ଅଭିଯାନର ଉଦ୍ଦେଶ୍ୟ କେବଳ ବାର୍ତ୍ତା ଦେବା ନୁହେଁ, ବରଂ ପରିସ୍ଥିତି ଅନୁଯାୟୀ କୃଷି ସ୍ତରରେ ଚାଷୀମାନଙ୍କୁ ସଠିକ୍ ପରାମର୍ଶ ଦେବା।

 

ବୈଠକ ସମୟରେ, କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ପଞ୍ଚାୟତ ସ୍ତରରେ ଏହି ଅଭିଯାନ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରାଯିବ। ଏହି ଅଭିଯାନ ଅଧୀନରେ ପଞ୍ଚାୟତ ସ୍ତରରେ ଯାନ୍ତ୍ରିକୀକରଣ ମେସିନ ବଣ୍ଟନ ଏବଂ ଯୋଜନା ଏବଂ ସରକାରୀ କାର୍ଯ୍ୟକ୍ରମର ଲାଭଗୁଡିକୁ  ସାମିଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଛନ୍ତି ଯେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କୁ ଏଥିରେ ସମ୍ମିଳିତ କରିବା ପାଇଁ ଅନୁରୋଧ କରାଯିବ ଏବଂ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଜନପ୍ରତିନିଧିମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରୟାସ ହେବ। ଯାହା ଫଳରେ ଏହି ଅଭିଯାନ କେବଳ ପ୍ରଶାସନିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଜନସହଭାଗିତାର ଏକ ଦୃଢ଼ ମଡେଲ୍ ହେବ। ସେ କହିଛନ୍ତି ଯେ ଏହି ଆଭିମୁଖ୍ୟ ଅଭିଯାନକୁ ପ୍ରାରମ୍ଭିକ ଦିନରୁ ରାଜନୈତିକ, ସାମାଜିକ ଏବଂ ସ୍ଥାନୀୟ ଶକ୍ତି ପ୍ରଦାନ କରିବ।

Leave a comment